SumantaRoul-1

SumantaRoul-1 hyy I am sumantaroul
welcome my page

Post kemiti lagila nischay କହିବେ
22/01/2026

Post kemiti lagila nischay କହିବେ

21/12/2025

Tution କଥା Following

Kjjj    _2
20/12/2025

Kjjj
_2

Help me
20/12/2025

Help me

*ପେନସନ ଦିବସ*ବୃକ୍ଷ ଛାୟା ଆମ ଲୋଡ଼ା ପଡ଼ିଥାଏନିଦାଘ ଗ୍ରୀଷମ କାଳେ ,ଖାଦ୍ଯର ସୁଆଦ ଜଣା ପଡ଼ିଯାଏକ୍ଷୁଧାର ପ୍ରାବଲ୍ଯ ବେଳେ ।ସେବା ନିବୃତ୍ତଙ୍କ ଆଶା...
18/12/2025

*ପେନସନ ଦିବସ*

ବୃକ୍ଷ ଛାୟା ଆମ ଲୋଡ଼ା ପଡ଼ିଥାଏ
ନିଦାଘ ଗ୍ରୀଷମ କାଳେ ,
ଖାଦ୍ଯର ସୁଆଦ ଜଣା ପଡ଼ିଯାଏ
କ୍ଷୁଧାର ପ୍ରାବଲ୍ଯ ବେଳେ ।
ସେବା ନିବୃତ୍ତଙ୍କ ଆଶା ଓ ଭରସା
ହୋଇଥାଏ ପେନସନ ,
ସୁନ୍ଦର ବ୍ଯବସ୍ଥା ଖଞ୍ଜା ବିଧି ମତେ
ନାହିଁ ଏଥେ ଟେନସନ ।
ଆଜିର ସମାଜେ ଛୋଟ ପରିବାର
ସନ୍ତାନ ଓ ମାତା ପିତା ,
ଏମାନଙ୍କୁ ଛାଡ଼ିଦେଲେ ଯେ ରହିଲେ
ବୋଝ ଯୋଗୁଁ ଲାଗେ ପିତା ।
ଯେଉଁ ମାତା ପିତା ବଢ଼ାଇ ପଢ଼ାଇ
ପିଲାଙ୍କୁ କଲେ ମଣିଷ ,
କାମ ସରିଗଲେ ହୁଅନ୍ତି ଅଲୋଡ଼ା
ଉପସ୍ଥିତି ଲାଗେ ବିଷ ।
ପରିବାର ସାଥେ ରହିଲେ ଅଶାନ୍ତି
ସୃଷ୍ଟି ହୋଇଥାଏ ଜାଣି ,
ସେ ପାଇଁ କେତେକ ଜରା ନିବାସକୁ
ମୁହାଇଁ ଥାଆନ୍ତି ପୁଣି ।
ଏତିକି ବେଳରେ ସେବା ନିବୃତ୍ତଙ୍କ
ପେନସନ ହିଁ ସହାୟ ,
ମାସର ଆରମ୍ଭେ ହାତକୁ ଆସି ସେ
ଦିଏ ସାହସ ଅଭୟ ।
ପେନସନ ଆମ ନିଜସ୍ବ ସଞ୍ଚୟ
ନୁହେଁ ଏହା ଅନୁଦାନ ,
ଭାବ ନାହିଁ ଦାନ ନିଯୁକ୍ତି ଦାତାର
ଏହା କଷ୍ଟାର୍ଜିତ ଧନ ।
ନନ୍ଦ ଯଶୋଦାଙ୍କ ଭରସା ଯେପରି
କାହ୍ନୁ ଥିଲେ ବୃଦ୍ଧକାଳେ ,
ସେବା ନିବୃତ୍ତଙ୍କ ପେନସନ ଧନ
ଆଶାର ଆଲୋକ ଜାଳେ ।
ବୃଦ୍ଧକାଳେ ବଞ୍ଚିଥିବା ଯାଏ ଲାଗେ
ସେ ଆମ ଜୀବ ଜୀବନ ,
ଦମ୍ଭ ଓ ସାହସ ଦିଅଇ ଆମକୁ
ଦୀର୍ଘମୟ କରେ ପ୍ରାଣ ।
ଡି ଏସ ନାକର ନାମଧାରୀ ବ୍ଯକ୍ତି
ଶୀର୍ଷ ଅଦାଲତ ଗଲେ ,
ଚନ୍ଦ୍ରଚୂଡ଼ ଭଗବତୀ ସେ କେଶ୍ କୁ
ବିଚାରିଣ ରାୟ ଦେଲେ ।
ଉଣେଇଶ ବୟାଅଶୀ ଆଜ ଦିନେ
ଆମ ଶୀର୍ଷ ଅଦାଲତ ,
ଯୁଗାନ୍ତକାରୀ ରାୟ ଦେଇ ରଖିଲେ
ସେବା ନିବୃତ୍ତଙ୍କ ସ୍ବାର୍ଥ ।
ଲୋକପ୍ରିୟ ସରକାରଙ୍କୁ ଆମର
ଅଟଇ ଏ ନିବେଦନ ,
ସମସ୍ତ ବୃଦ୍ଧ ଓ ସେବା ନିବୃତ୍ତଙ୍କୁ
ମିଳୁଥାଉ ପେନସନ।

16/12/2025

ଗୋଲାପ SumantaRoul-1 SumantaRoul-1 ゚viralfollowersシ゚

16/12/2025

କର୍ତ୍ତବ୍ୟ କଣ SumantaRoul-1 ゚viralfollowersシ゚

 # # ଚାଲ ହଜିଯିବା  # #             *ବାଲାଜି ସେଠୀଚାଲ ହଜିଯିବାଦୂର ଦିଗ୍ ବଳୟ ଛାଇରେଖୋଜି ନ ପରିବ ସନ୍ଦେହର ଆଖିଖୋଲା ମଇଦାନ ଡ଼ିହରେ,,,,ଚ...
16/12/2025

# # ଚାଲ ହଜିଯିବା # #

*ବାଲାଜି ସେଠୀ

ଚାଲ ହଜିଯିବା
ଦୂର ଦିଗ୍ ବଳୟ ଛାଇରେ
ଖୋଜି ନ ପରିବ ସନ୍ଦେହର ଆଖି
ଖୋଲା ମଇଦାନ ଡ଼ିହରେ,,,,
ଚାଲ ହଜିଯିବା,,,,

ଚାଲ ହଜିଯିବା
ଶାନ୍ତ ସୁଶୀତଳ ସ୍ତୁପରେ
ଯେଉଁଠି ନଥିବ ମିଛ ମରୀଚିକା
ଘୃଣାର ସନ୍ଦିଗ୍ଧ ଦ୍ବୀପରେ,,,
ଚାଲ ହଜିଯିବା,,

ଚାଲ ହଜିଯିବା
ହିମ ହିମାଳୟ ଗୁମ୍ଫାରେ
ଛୁଇଁ ନ ପାରିବ ଲୋଲୁପର ହାତ
ତିକ୍ତ ତତଲା ବାମ୍ଫରେ,,,,
ଚାଲ ହଜିଯିବା,,,,

ଚାଲ ହଜିଯିବା
ସଭ୍ୟ ସାମାଜିକ ନୀଡ଼ରେ
ବାରି ନ ପାରିବ ଜାତିଆଣ ଭେଦ
ମଣିଷ ପ୍ରଜାତି ଭିଡ଼ରେ,,,,,
ଚାଲ ହଜିଯିବା,,,,,,

ଚାଲ ହଜିଯିବା
ଉଚ୍ଚ ଅଟ୍ଟାଳିକା ଛାତରେ
ବୁଡି ନ ପାରିବ ତୁଚ୍ଛ ଅହମିକା
ଉଜାଣି ନଈର ସ୍ରୋତରେ,,,,
ଚାଲ ହଜିଯିବା,,,,,,

ଚାଲ ହଜିଯିବା
ନିରାଟ ନିବୁଜ କୋଡ଼ରେ
ଉଡି ନ ପାରିବ ତୁଣ୍ଡବାଇଦର
ତୋଫାନୀ ବତାସ ଝଡ଼ରେ,,,
ଚାଲ ହଜିଯିବା,,,,,,

ଚାଲ ହଜିଯିବା
ଆତ୍ମ ବିଶ୍ୱାସର ଅଶୀରେ
ବାନ୍ଧି ନ ପାରିବ ଅନ୍ଧବିଶ୍ୱାସର
ପାକଳ ପିଟୁଣୀ ରସିରେ,,,,
ଚାଲ ହଜିଯିବା,,,,,

ଚାଲ ହଜିଯିବା
ସତ୍ୟ ସନ୍ଧାନ ବାଟରେ
ଟାଣି ନ ପାରିବ ବିଚଳିତ ମନ
କଳା କଳୁଷିତ ହାଟରେ,,,,
ଚାଲ ହଜିଯିବା,,,,
゚viralfollowersシ゚

Hyy
16/12/2025

Hyy

13/12/2025

Following SumantaRoul-1

Address

Sti
Rourkela
769004

Website

Alerts

Be the first to know and let us send you an email when SumantaRoul-1 posts news and promotions. Your email address will not be used for any other purpose, and you can unsubscribe at any time.

Share